ଭାରତ

” ଅନେକ ଇଭିଏମ୍ ଗାଏବ୍ ହୋଇଛି” : ମମତା ବାନାର୍ଜୀ

(କୋଲକତା) : ଦେଶରେ ଲୋକସଭା ନିର୍ବାଚନ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟିଂର ପ୍ରଥମ ଦୁଇଟି ପର୍ଯ୍ୟାୟ ପରେ ରାଜନେତାଙ୍କ ମଧ୍ୟରେ ଆରୋପ-ପତ୍ୟାରୋପ ରହିଛି ଜାରି । ଆଉ ଏଭଳି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଇଭିଏମ୍ ସମ୍ବନ୍ଧରେ ଏକ ବଡ଼ ଦାବି କରିଛନ୍ତି । ପଶ୍ଚିମବଙ୍ଗର ଫାର୍କାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଅନେକ ଇଭିଏମ୍ ଗାଏବ୍ ହୋଇଥିବାରୁ ଫଳାଫଳକୁ ବିଜେପି ସପକ୍ଷରେ ବ୍ୟବହାର କରାଯାଇପାରେ ।

ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟରେ ଭୋଟ୍ ହାରରେ ହଠାତ୍ ବୃଦ୍ଧି ହେବା ଏକ ଚିନ୍ତାର ବିଷୟ । ଇଭିଏମ୍‌ର ବିଶ୍ୱସନୀୟତା ଉପରେ ମଧ୍ୟ ଗୁରୁତର ଆଶଙ୍କା ସୃଷ୍ଟି କରିଛି । ନିର୍ବାଚନ ଆୟୋଗ ଇଭିଏମ୍ ନିର୍ମାତାଙ୍କ ନାମ ସାର୍ବଜନୀନ କରିବା ଉଚିତ, କାରଣ ବିଜେପି ନିର୍ବାଚନରେ ଜିତିବା ଲାଗି ଯେକୌଣସି ସ୍ତରକୁ ଖସିପାରେ ବୋଲି ମମତା କହିଛନ୍ତି  ।

Related posts

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews

 ବାୟୁସେନାରେ ପ୍ରଥମ C-295 ଟେକ୍ନିକାଲ ମିଲିଟ୍ରି ଏୟାରଲିଫ୍ଟ

mahabharatanews

କେଜ୍ରିୱାଲଙ୍କ ଆବେଦନ ଖାରଜ

mahabharatanews