ଭାରତ

 “କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ”: ମୋଦି

(ଦିଲ୍ଲୀ) : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏବେ କଂଗ୍ରେସକୁ କରିଛି କଡ଼ା ସମାଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ । ଦେଶରେ କଂଗ୍ରେସ ଅସ୍ତ ହେବାକୁ ବସିଛି । ଏହାକୁ ସହ୍ୟ କରିପାରୁ ନାହାନ୍ତି ପାକିସ୍ତାନୀ ନେତା । କାରଣ କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ । ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ‘

ସୂଚନାନୁଯାୟୀ , ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା ସମାଲୋଚନର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କଂଗ୍ରେସ ଏଠାରେ ମରୁଛି ଏବଂ ସେଠାରେ ପାକିସ୍ତାନ କାନ୍ଦୁଛି, କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ସହଭାଗିତା ବା ପାର୍ଟନରଶିପ ପ୍ରକାଶ ପାଇଛି । ମ୍ରାନ୍ ଖାନଙ୍କ ସରକାରରେ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲଙ୍କୁ ପ୍ରଶଂସା କରିଥିଲେ । ରାହୁଲ ଗାନ୍ଧୀଙ୍କ ଏକ ଭାଷଣର କିଛି ଅଂଶକୁ ପୋଷ୍ଟ କରିବା ସହିତ “ରାହୁଲ ଅନ୍ ଫାୟାର’ ବୋଲି ସେ ଲେଖିଥିଲେ ।

Related posts

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

mahabharatanews

ପ୍ରବଳ ବର୍ଷା ହେତୁ ସ୍ଥିତି ସଙ୍ଗୀନ; ୧୨ଟାରେ ବସିବ ବୈଠକ

mahabharatanews

ବଙ୍ଗଳା ନିର୍ବାଚନ ପୂର୍ବରୁ SIRକୁ ନେଇ ବିଜେପି-ଟିଏମସି ବିବାଦ; ବାଦ ପଡିଲେ 60% ଅଧିକ ହିନ୍ଦୁ ଭୋଟର

mahabharatanews