ମନୋରଞ୍ଜନ

ପରଲୋକରେ ଟେଲିଭିଜନ ଉପସ୍ଥାପକ ଉମା ରାମାନନ  

(ମୁମ୍ବାଇ) : ଆଖି ବୁଜିଲେ ଜଣାଶୁଣା ଗାୟିକା ତଥା ଟେଲିଭିଜନ ଉପସ୍ଥାପକ ଉମା ରାମାନନ । ତାମିଲ ଗାୟିକା ଉମା ରାମାନନଙ୍କ ମଇ ୧ ତାରିଖରେ ୬୯ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଚେନ୍ନାଇରେ ଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସୂଚନାନୁଯାୟୀ ,  ଉମାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଉମାଙ୍କ ପରିବାରରେ ସ୍ୱାମୀ ଏ.ଭି ରମାନନ ଏବଂ ତାଙ୍କ ପୁଅ ବିଗ୍ନେଶ ରମାନନ ଅଛନ୍ତି। ଉମା ଏବଂ ଇଲେୟାରାଜା ଏକାଠି ଅନେକ ହିଟ ସିନେମା ଦେଇଛନ୍ତି। ଏଥିମଧ୍ୟରେ ଗୀତାଞ୍ଜଳି, ଔରୁ ଜୀବନ ଅଲେଥାଥୁ, ଅରଙ୍ଗେଟ୍ରା ଭେଲାଇରୁ ଆଗାଭା ଭେନ୍ରିଲାଭେ, ଥାମ୍ବିକ୍କୁ ଏନ୍ଥା ଓରୁରୁ ପୁପଲମ୍ ଇସାଇକୁମ୍, ନୀଲଲଗଲରୁ ପୁଙ୍ଗାଥାଭେ ଥାଲ୍ ଥିରାବଇ ଇତ୍ୟାଦି ସାମିଲ ରହିଛି। ଉମା ଜ‌ଣେ କଣ୍ଠଶିଳ୍ପୀ ହେବା ସହିତ ଉପସ୍ଥାପିକା ଥିଲେ।

 

Related posts

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

mahabharatanews

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

mahabharatanews

ଆଖି ବୁଜିଲେ ‘ଗଜନୀ’ ଫେମ୍ ପ୍ରଦୀପ ରାୱତ

mahabharatanews