ଓଡିଶା

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

(କେନ୍ଦୁଝର) : କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ୪ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ୪ଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

ସୂଚନାନୁଯାୟୀ, ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯାଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୯ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା।​‌

Related posts

ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଡ. ଅଜୟ କୁମାର

mahabharatanews

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews

୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପିଡିତା

mahabharatanews