ଭାରତ

ପଥର ଖଣିରେ ଭୟଙ୍କର ବିସ୍ଫୋରଣ

(ତାମିଲନାଡୁ) : ପଥର ଖଣିରେ ଭୟଙ୍କର ବିସ୍ଫୋରଣ, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ସେହିପରି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ଶ୍ରମିକମାନେ ଗୋଟିଏ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ପଥର ଖଣି ଭଣ୍ତାର ଘରକୁ ବୋହି ନେଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ।

ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଖଣି ଖାଦାନରୁ ୧୦ କିମି ଦୂର ପର୍ଯ୍ୟନ୍ତ ଶଦ୍ଧ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପଥର ଖଣିକୁ ତୁରନ୍ତ ବନ୍ଦ କରିଥିଲା ଏବଂ ମଦୁରାଇ-ତୁତିକୋରନ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ରହିଛନ୍ତି, ସେହିପରି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

କିଛି ରାଜ୍ୟରେ ବର୍ଷା ସମ୍ଭାବନା !

mahabharatanews

ଥମୁନି ମଣିପୁର ହିଂସା : ଜଣେ ଦଙ୍ଗାକାରୀ ମୃତ  

mahabharatanews

ମାଟ୍ରିମୋନି ସାଇଟ ରେ ବିବାହ ଖୋଜିବାକୁ ଯାଇ ଠକିଗଲେ ଯୁବକ

mahabharatanews