ଓଡିଶା

ଆଜି ପାରଳାଖେମୁଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ

(ଭୁବନେଶ୍ୱର) : ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି। ଗଜପତି ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଅପରାହ୍ନ ୫ଟାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ।

ସୂଚନାନୁଯାୟୀ , ଅପରାହ୍ନ ୫ଟା ୫୦ରେ ସେ ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରିଯିବେ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାରରେ ଆସି କେବଳ ଏକ ରୋଡ଼ ସୋ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ। ଏହା ନିଶ୍ଚିତ ଭାବେ ମୋ ପାଇଁ ମର୍ଯ୍ୟାଦାଜନକ ବୋଲି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Related posts

ଗ୍ରୀଷ୍ମ ପ୍ରବାହ:  ବୌଦ୍ଧ ସହରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ରେକର୍ଡ

mahabharatanews

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

mahabharatanews