ଓଡିଶା

୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

(ଭୁବନେଶ୍ୱର) : ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ରାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱର୍ବର୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁଯାୟୀ,  ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇଥିଲା l ଗଜପତି ଜିଲ୍ଲା ମୋହନାରେ ଗତକାଲି କାଳ ବୈଶାଖୀର ତାଣ୍ଡବ ଦେଖୁବାକୁ ମିଳିଥିଲା l ପ୍ରାୟ ଘଣ୍ଟାଏ କାଳ ପ୍ରବଳ ପବନ ସହ ବର୍ଷା ହୋଇଥିଲା l ପ୍ରବଳ ପବନ ଯୋଗୁଁ ମୋହନା ବଜାରର କିଛି ଉଠା ଦୋକାନୀ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ l

Related posts

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

mahabharatanews

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ

mahabharatanews

ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି

mahabharatanews