ଓଡିଶା

୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

(ଭୁବନେଶ୍ୱର) : ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ରାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱର୍ବର୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁଯାୟୀ,  ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇଥିଲା l ଗଜପତି ଜିଲ୍ଲା ମୋହନାରେ ଗତକାଲି କାଳ ବୈଶାଖୀର ତାଣ୍ଡବ ଦେଖୁବାକୁ ମିଳିଥିଲା l ପ୍ରାୟ ଘଣ୍ଟାଏ କାଳ ପ୍ରବଳ ପବନ ସହ ବର୍ଷା ହୋଇଥିଲା l ପ୍ରବଳ ପବନ ଯୋଗୁଁ ମୋହନା ବଜାରର କିଛି ଉଠା ଦୋକାନୀ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ l

Related posts

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

mahabharatanews

ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ବାତାବରଣ ସୃଷ୍ଟି କରିଛି

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews