(ମଣିପୁର) : ଖରାପ ପାଗ ହେତୁ ମଣିପୁରର ସମସ୍ତ ସ୍କୁଲ ଏବଂ କଲେଜ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟ ସରକାର ସୋମବାର ଏହି ଘୋଷଣା କରିଛନ୍ତି। ରବିବାର ଦିନ ପ୍ରବଳ ବର୍ଷା ଓ କୁଆପଥର ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି କାରଣରୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଞ୍ଚିପୁର ଏବଂ ତେରା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଘର ନଷ୍ଟ ହୋଇଯାଇଥିଲା।
ସୂଚନାନୁଯାୟୀ , ବିଳମ୍ବିତ ରାତିରେ ଶିକ୍ଷା ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଆଜି (ରବିବାର) କୁଆପଥର ମାଡ ଯୋଗୁଁ ସାରା ରାଜ୍ୟରେ ଅନେକ ଘର ଓ ପ୍ରତିଷ୍ଠାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଏଭଳି ପରିସ୍ଥିତିର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଆସନ୍ତା ୭ତାରିଖ ଯାଏ ବନ୍ଦ ରହିବ ।