ଓଡିଶା

 “ବିଜେପି ଦିନରେ ସ୍ବପ୍ନ ଦେଖୁଛି” 

(ଭୁବନେଶ୍ୱର) :  ମୋଦୀଙ୍କୁ ଟାର୍ଗେଟ କଲେ ନବୀନ ! କହିଲେ “ବିଜେପି ଦିନରେ ସ୍ବପ୍ନ ଦେଖୁଛି” । ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହୁଥିବା ବେଳେ ହସିହସି ଏହାକୁ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ଜାରି କରିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି  ।

ସୂଚନାନୁଯାୟୀ ,ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି । ତେବେ ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛି ।

ମୋଦି ଆଜି ସଭାରେ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ।

Related posts

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

mahabharatanews

ସେପ୍ଟେମ୍ବରରେ ଓଡି଼ଶା ଆସିବେ ଜେପି ନଡ୍ଡା

mahabharatanews

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

mahabharatanews