ଭାରତ

ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ

(ଦିଲ୍ଲୀ) : ସୋମବାର ଦିନ ଅହମ୍ମଦାବାଦର ଛଅରୁ ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିଛି । ଏହି ଧମକ ଇ-ମେଲ୍ ଜରିଆରେ ବିଭିନ୍ନ ସ୍କୁଲ୍‌କୁ ମିଳିଛି ବୋଲି ପୁଲିସ୍ ସୂଚନା ଦେଇଛି । ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି ।

ସୂଚନାନୁସାରେ, ଅହମ୍ମଦାବାଦର ବିଭିନ୍ନ ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଛି । ସହରର ବିଭିନ୍ନ ପ୍ରାନ୍ତରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଧମକପୂର୍ଣ ମେଲ ଆସିଛି । ପୋଲିସ ଧମକପୂର୍ଣ ମେଲର ତଦନ୍ତ କରୁଛି ଓ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଋଷର ମେଲ ଆଇଡିରୁ ଏହି ଧମକ ଦିଆଯାଇଛି । ବୋମା ଘାଟଲୋଦିଆର ଆନନ୍ଦ ନିକେତନ ଏବଂ ଚାନ୍ଦଖେଡାର କେନ୍ଦ୍ରିୟ ବିଦ୍ୟାଲୟଙ୍କୁ ଧମକପୂର୍ଣ ଇମେଲ ଆସିଛି । ବୋମା ଧମକ ପରେ ପୋଲିସ ଏବଂ ବିଡିଏସର ଏକ ଟିମ୍ ଆସି ତଦନ୍ତ ଆରମ୍ଭ କରିଥିଲେ । ବମ୍ ସ୍ପାତ ଟିମ୍ ମଧ୍‌ଯ ତଦନ୍ତ କରୁଛନ୍ତି ଓ ସାଇବର କ୍ରାଇମ ଏବଂ କ୍ରାଇମ ବ୍ରାଞ୍ଚ ମଧ୍‌ଯ ଏହାର ଯାଞ୍ଚ ଆରମ୍ଭ କରିଦେଇଛି ।

Related posts

ପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପର

mahabharatanews

ଚନ୍ଦ୍ରଠାରୁ ଦୂରତା ଆଉ ମାତ୍ର ୨୫ କିଲୋମିଟର 

mahabharatanews

‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews