ଭାରତ

ନାମାଙ୍କନପତ୍ର ଭରିଲେ କହ୍ନେୟା କୁମାର

(ଦିଲ୍ଲୀ) :ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ଦାୟିତ୍ୱରେ ଥିବା ମନ୍ତ୍ରୀ ଗୋପାଳ ରାୟ, ଏପି ସାଂସଦ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ଦୁଇଥର ବିଜେପି ସାଂସଦ ମନୋଜ ତିୱାରୀଙ୍କ ସହ କହ୍ନେୟା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସୂଚନାନୁଯାୟୀ ,  ଲୋକସଭା ନିର୍ବାଚନ୨୦୨୪ ଅଧୀନରେ ୨୫ମଇରେ ଦିଲ୍ଲୀର ସମସ୍ତ ୭ଟି ସଂସଦୀୟ ଆସନରେ ଭୋଟ୍ ଗ୍ରହଣ କରାଯିବ। ଆଜି ଦିଲ୍ଲୀର ନାମାଙ୍କନ ପତ୍ରର ଶେଷ ଦିନ । କହ୍ନେୟା କୁମାର ପ୍ରଥମ ଥର ପାଇଁ ଦିଲ୍ଲୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ନେତୃତ୍ୱ ଦେଇଥିବା ଟିକେଟକୁ ସ୍ଥାନୀୟ ଦଳର ନେତାମାନେ ମଧ୍ୟ ବିରୋଧ କରୁଛନ୍ତି।

Related posts

ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି,ତାପମାତ୍ରା ୪୬.୨ ଡିଗ୍ରି

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ

mahabharatanews