ଓଡିଶା

ବର୍ଷାରେ ଭିଜିଲା ଟୁଇନ ସିଟି  

(ଭୁବନେଶ୍ୱର) : ଭୁବନେଶ୍ୱରକୁ ମିଳିଲା ତାତିରୁ ବ୍ରେକ୍ । ତାତିର କୋପରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା । ଥଣ୍ଡା ପଡିଲା ଟୁଇନ ସିଟି । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ ।

ସୂଚନାନୁଯାୟୀ ,  ଆଜି ସକାଳେ ଟ୍ୱିନ ସିଟିରେ ଆକାଶ ମେଘାଚ୍ଛନ ରହିବା ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୦ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ଏହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

Related posts

ଅନ୍ଧାରରେ ଦୀର୍ଘ ୯ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି

mahabharatanews

କେନ୍ଦୁଝର ବାଟଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ 

mahabharatanews

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews