ଭାରତ

ଆପତ୍ତିଜନକ ‌ପୋଷ୍ଟ୍‌ ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସମନ  

(କର୍ଣ୍ଣାଟକ) : କର୍ଣ୍ଣାଟକ ବିଜେପି ଦ୍ବାରା କରାଯାଇଥିବା ଏକ ଆପତ୍ତିଜନକ ‌ପୋଷ୍ଟ୍‌ ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟଙ୍କୁ ଆଜି ବେଙ୍ଗାଲୁରୁ ପୁଲିସ ସମନ କରିଛି।

ସୂଚନାନୁଯାୟୀ , ତେବେ କଂଗ୍ରେସର ଅଭିଯୋଗକ୍ରମେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଉଭୟ ନଡ୍ଡା ଏବଂ ମାଲବିୟଙ୍କୁ ସମନ କରାଯାଇଛି। ସେମାନଙ୍କୁ ହାଜର ହେବାପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି। କର୍ଣ୍ଣାଟକ ବିଜେପି ବିଭାଗ ଦ୍ବାରା କରାଯାଇଥିବା ପୋଷ୍ଟକୁ ପ୍ରତ୍ୟାହାର କରିନେବାପାଇଁ ନିର୍ବାଚନ କମିସନ ଏକ୍ସକୁ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ନଡ୍ଡା ଏବଂ ମାଲବୀୟଙ୍କୁ ସମନ୍‌ କରାଯାଇଛି। ସଂରକ୍ଷଣ ରାଜନୀତିରେ କଂଗ୍ରେସ ମୁସଲମାନଙ୍କୁ ସମର୍ଥନ କରୁଛି ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଏକ ‌‌ପୋଷ୍ଟ୍‌ କରାଯାଇଥିବାରୁ ଏନେଇ କର୍ଣ୍ଣାଟକ ବିଜେପି ମୁଖ୍ୟ ବି ୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏକ ଏତଲା ରୁଜୁ ‌ହୋଇଛି।

Related posts

ଥମୁନି ମାଓହିଂସା: ଅନନ୍ତନାଗରେ ୩ ଯବାନ ସହିଦ

mahabharatanews

ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ

mahabharatanews

ଭୂସ୍ଖଳନରେ ଭୁଶୁଡିଲା ୮ ମହଲା କୋଠା

mahabharatanews