ଓଡିଶା

୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା

(ଭୁବନେଶ୍ୱର) :  ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ୫.୩୦ ମକ ପୋଲ ହୋଇଛି । ମକ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି ।

ସୂଚନାନୁଯାୟୀ , ଏହା ମୋଟ ବୁଥର ୧ ପ୍ରତିଶତରୁ କମ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ଟି ବାଲଟ ୟୁନିଟ, ୪୧ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ । ୨୫ପ୍ରତିଶତ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ କମିଶନ ହୋଇଥାଏ । ଯେଉଁଠାରେ ଇଭିଏମ ତ୍ରୁଟି ହେବ ୩୦ ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ ।

 

Related posts

ଝାରସୁଗୁଡା ରେଜଲ୍ଟ : ବହୁ ଆଗରେ ବିଜେଡି

mahabharatanews

ଯାତ୍ରୀବାହୀ ଅଟୋ ଓଲଟି ୨ ଗୁରୁତର

mahabharatanews

ପଂଚାୟତ ନିର୍ବାଚନ: ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

mahabharatanews