(ଦିଲ୍ଲୀ) : ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ଯୋଗ ଗୁରୁ ସ୍ବାମୀ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି।
ସୂଚନାନୁଯାୟୀ , କେବଳ ଏତିକି ନୁହେଁ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ଅବମାନନା ମାମଲା ଚାଲିବ କି ନାହିଁ ସେନେଇ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଛି। ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମ.ଡି. ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ ଯେଉଁ ଔଷଧଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବାକୁ କହିଛନ୍ତି।
