ଓଡିଶା

ବଡ଼ମ୍ୱାରେ ପାଣ୍ଡିଆନଙ୍କ ପ୍ରଚାର

(ବଡ଼ମ୍ୱା) : ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ  । ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ  ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ, ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍  ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ ।

ଆପଣମାନେ ଖୁସି ତ ? ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ, ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବ । ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ । ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍‍ କମିବ, ଏଲ୍‍.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ? ଦେବୀ ବାବୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶକ୍ତି ଦିଅନ୍ତୁ, କାମ କରିବାକୁ ସୁଯୋଗ ଦିଅନ୍ତୁ, ସଂତୃପ୍ତ ବାବୁ ବଡ଼ ଚାକିରି ଛାଡ଼ି ଆସିଛନ୍ତି ଆପଣଙ୍କ ସେବା ପାଇଁ । ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ଶିଳ୍ପ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି, ଦେବୀ ବାବୁ ଆପଣଙ୍କ ଅଞ୍ଚଳର ଜଣେ ଜନପ୍ରିୟ ପରିଶ୍ରମୀ ନେତା, ଦୁଇଜଣଙ୍କ ଜରିଆରେ ବଡ଼ମ୍ୱା-ନରସିଂହପୁରର ବହୁତ ବିକାଶ ଘଟିବ । ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁଁ ଅଧିକ ଟଙ୍କା ଦିଆଯାଇଛି । ମାଁ ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମାଁ ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ । ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ । ନବୀନ ବାବୁ ଥିବା ପର୍ଯ୍ୟନ୍ତ କାହା ସହିତ ଅନ୍ୟାୟ ହେବାକୁ ଦେବେ ନାହିଁ । ବଡ଼ମ୍ୱା-ନରସିଂହପୁର ବିକାଶର ହିସାବ ଦେଲେ ।

Related posts

ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

mahabharatanews

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

mahabharatanews

 ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗ

mahabharatanews