ଭାରତ

ଲୋରି ସହ ବସ୍‌ ପିଟି ହୋଇ ୬ମୃତ

(ହାଇଦ୍ରାବାଦ) : ହାଇଦ୍ରାବାଦରେ ଘଟିଯାଇଛି ଏକ ମର୍ମନ୍ତୁଦ ଘଟଣା। ଏକ ସଡ଼କ ଦୁର୍ଘଟଣାରେ ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଏକ ଲୋରି ସହିତ ବସ୍‌ଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ , ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଲୋରି ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଭିତରେ ଥିବା ଯାତ୍ରୀମାନେ ମୃତାହତ ‌ହୋଇଛନ୍ତି। ମଙ୍ଗଳବାର ରାତି ଓ ବୁଧବାର ମଧ୍ୟରେ ଭୋଟ୍ ଦେଇ ପରେ ବାପଟଲା ଜିଲ୍ଲାରୁ ହାଇଦ୍ରାବାଦ ଫେରୁଥିବା ବସରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ଭୋଟ୍‌ ଦେଇ ଫେରିବା ବାଟରେ ଏହି ଦୁଘର୍ଟଣା ଘଟିିଛି। ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି। ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଛୁ। ଆମେ ସେଠାରେ ପହଞ୍ଚିଲା ବେଳକୁ ବସ୍‌ଟି ଜଳୁଥାଏ। ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି।’’

Related posts

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

mahabharatanews

ଆମ ନାଗରିକଙ୍କ ପ୍ରତି ମୋର ନୈତିକ କର୍ତ୍ତବ୍ୟ ରହିଛି: ଏସ ଜୟଶଙ୍କର

mahabharatanews

ଦେଶରେ କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା

mahabharatanews