ଭାରତ

ଲୋରି ସହ ବସ୍‌ ପିଟି ହୋଇ ୬ମୃତ

(ହାଇଦ୍ରାବାଦ) : ହାଇଦ୍ରାବାଦରେ ଘଟିଯାଇଛି ଏକ ମର୍ମନ୍ତୁଦ ଘଟଣା। ଏକ ସଡ଼କ ଦୁର୍ଘଟଣାରେ ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଏକ ଲୋରି ସହିତ ବସ୍‌ଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ , ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଲୋରି ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଭିତରେ ଥିବା ଯାତ୍ରୀମାନେ ମୃତାହତ ‌ହୋଇଛନ୍ତି। ମଙ୍ଗଳବାର ରାତି ଓ ବୁଧବାର ମଧ୍ୟରେ ଭୋଟ୍ ଦେଇ ପରେ ବାପଟଲା ଜିଲ୍ଲାରୁ ହାଇଦ୍ରାବାଦ ଫେରୁଥିବା ବସରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ଭୋଟ୍‌ ଦେଇ ଫେରିବା ବାଟରେ ଏହି ଦୁଘର୍ଟଣା ଘଟିିଛି। ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି। ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଛୁ। ଆମେ ସେଠାରେ ପହଞ୍ଚିଲା ବେଳକୁ ବସ୍‌ଟି ଜଳୁଥାଏ। ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି।’’

Related posts

 ଗୋମାଂସ ଖାଇବାକୁ ନେଇ ମୁହଁ ଖୋଲିଲେ କଙ୍ଗନା

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ବଦ୍ରିନାଥ ଓ କେଦାରନାଥ ଧାମରେ ଅମ୍ବାନୀ ପରିବାର

mahabharatanews