ଭାରତ

୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

(ଭୁବନେଶ୍ୱର) : ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା । ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ । ୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା । ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ ଭଜନଲାଲ ।

ସୂଚନାନୁଯାୟୀ , ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭା । ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ। କାଲି ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା । ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭା । ୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲିରେ ସଭା । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ।

Related posts

କରିନିଅନ୍ତୁ ଜରୁରୀ କାର୍ଯ୍ୟ: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

mahabharatanews

ଖୋଲିଲା କେଦାରନାଥ ଧାମ୍‌

mahabharatanews

ପ୍ରବଳ ବର୍ଷା : ତେଲେଙ୍ଗାନାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

mahabharatanews