ଓଡିଶା

 ‘ମୋ ବୁଥ୍ ଆପ୍’ ଉନ୍ମୋଚନ

(ଭୁବନେଶ୍ୱର) : ‘ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି । ସେହିପରି ସବୁଠୁ ଅଧିକ ନବରଙ୍ଗପୁର, ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ ବୁଥ୍‌ରେ ଚଳିତ ବର୍ଷ ୮% ଅଧିକ ଭୋଟିଂ ।

ସୂଚନାନୁଯାୟୀ , ସେହିପରି ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା, ମକ୍ ପୋଲ୍ ଏବଂ ମତଦାନର ସଦ୍ୟତନ ସ୍ଥିତି, ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ବିଷୟରେ ସୂଚନା ଦେବେ। ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ । ଏତଦ୍ବ୍ୟତୀତ ସେକ୍ଟର ଅଧିକାରୀମାନେ ଆଇନଶୃଙ୍ଖଳା, ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଏହି ଆପ୍ରେ ଉପଲବ୍ଧ କରାଇପାରିବେ।

Related posts

ଝାରସୁଗୁଡାରୁ ଉଡିଲା ବିମାନ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୪୨୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews