ଓଡିଶା

ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ 

(ବ୍ରହ୍ମପୁର) : ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି। ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ।

ସୂଚନାନୁଯାୟୀ , ଗଞ୍ଜାମରେ ନିର୍ବାଚନୀ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି॥ ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେjଖ କରିଛନ୍ତି। ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବଶଙ୍କର ଦାସ ଆକ୍ରମଣ କରିଥିଲେ ।

Related posts

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews

ତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ

mahabharatanews

ରଥରେ ଲାଗୁଛି ଓଲଟ ଶୁଆ

mahabharatanews