ଭାରତ

ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

(ମାଲକାନଗିରି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପେରେସନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ, ସୁକମା ଏସପି କିରଣ ଚୌହାନଙ୍କ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ। ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ ଜାରି ରଖିଛି।

Related posts

ଆରପାରିରେ ଉପସ୍ଥାପିକା ଗୀତାଞ୍ଜଳି ଆୟାର

mahabharatanews

ଥମୁନି ଇଣ୍ଡିଗୋ ସଙ୍କଟ, ଡିଜିସିଏ ନେଲା ବଡ କାର୍ଯ୍ୟାନୁଷ୍ଠାନ

mahabharatanews

ଓଡିଶା ଉପରେ ବିଜେପିର ନଜର

mahabharatanews