ଭାରତ

ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

(ମାଲକାନଗିରି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପେରେସନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ, ସୁକମା ଏସପି କିରଣ ଚୌହାନଙ୍କ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ। ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ ଜାରି ରଖିଛି।

Related posts

ହିଜାବ ମାମଲା: ସମସ୍ତ ଆବେଦନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

mahabharatanews

ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ

mahabharatanews

ଆଜିଠୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ

mahabharatanews