ଭାରତ

କଓ୍ବର୍ଦ୍ଧାରେ ସଡ଼କ ଦୁର୍ଘଟଣା, ୧୮ ମୃତ

(ଛତିଶଗଡ଼) : ଛତିଶଗଡ଼ର  କବୀରଧାମ ( ପୂର୍ବନାମ କଓ୍ବର୍ଦ୍ଧା)  ଜିଲ୍ଲାର କୁକଦୁର ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାହାପାଣି ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ପିକ୍ଅପ୍ ଗାଡ଼ି ଏକ ଗଭୀର ଖାଲକୁ ଖସି ପଡ଼ି ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ , ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଆହତମାନଙ୍କୁ ପୁଲିସ ଗାଡ଼ିରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ମୃତକଙ୍କ ମଧ୍ୟରେ ୧୭ ଜଣ ମହିଳା ଥିବା ବେଳେ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ସେମରାହା ଗ୍ରାମର ବାସିନ୍ଦା। ରାଜ୍ଯ ସରକାର ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

mahabharatanews

ଆଉ ମାତ୍ର ୯ଦିନ ଖୋଲିବ ଅମୃତ ଉଦ୍ୟାନ

mahabharatanews