ଓଡିଶା

ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ 

ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ତାଙ୍କ ସହ  ରେଙ୍ଗାଲି ପୂର୍ବତନ ଯୁବ କଂଗ୍ରେସ ସଭାପତି ରେଙ୍ଗାଲି ବିଭୁତି ଭୂଷଣ ଗରଡିଆ ଏବଂ  ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହେଲେ. ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରଣବ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କଲେ ସସ୍ମିତ ପାତ୍ର. ସମସ୍ତେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ. ଦୁର୍ଯ୍ୟୋଧନ ଗରଦିଆ ଅନେକ ବିକାଶ କାମ କରିଛନ୍ତି. ଯାହା ସମ୍ବଲପୁର ଜିଲ୍ଲା କି ରାଜ୍ୟର କୋଣଅନୁକୋଣ ପରିଚୟ ଲାଭ କରିଛି. ଏହା କେବଳ ରେଙ୍ଗାଲିରେ ବିଜେଡିକୁ ସଶକ୍ତ କରିବ ନାହିଁ, ରେଙ୍ଗାଲି ଓ ସମ୍ବଲପୁର ଲୋକସଭାରେ ବଡ଼ ବିଜୟ କରାଇବ. କାରଣ ବଡ଼ ବଡ଼ ନେତା ବିଜେଡିରେ ମିଶୁଛନ୍ତି. ଦଳ ଆହୁରି ସଶକ୍ତ ହେବ. ଦୁର୍ଯ୍ୟୋଧନ ଗରଦିଆ କହିଲେ, ଆଜି ମୁଁ ବିଜେଡିରେ ପ୍ରବେଶ କରିଛି. ମୋର ରାଜନୈତିକ ଅଭିଜ୍ଞତା ଅଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପ୍ରତି ମୋର ଆସ୍ଥା ରହିଛି. ଅଂଚଳରେ କାମ କରି ପାରିବି. ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମରେ ମୁଁ ଅନୁପ୍ରାଣିତ. ଯାହା ଦାୟିତ୍ୱ ମିଳିବ, ତୁଲାଇବି |

Related posts

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟା

mahabharatanews

ଆଇସିୟୁରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ,ଓଡ଼ିଶାର ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କା

mahabharatanews