ଓଡିଶା

“ବିକାଶମୂଳକ କାମରେ ବାଧା ଦେଉଛନ୍ତି ବିରୋଧୀ”: ଭି କେ ପାଣ୍ଡିଆନ

(ଭୁବନେଶ୍ୱର) : ପୁଣି ଥରେ ବିରୋଧୀଙ୍କ ଉପରେ ବର୍ଷିଲେ ଭି କେ ପାଣ୍ଡିଆନ । ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି,

“ମା’ ମାନେ ହେଉଛି ବିଜେଡିର ଶକ୍ତି । ସେମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସରେ ୫ ଟଙ୍କାରେ ଯାତ୍ରା, ମିଶନ ଶକ୍ତି ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ବ୍ୟବସ୍ଥା, ମମତା ଯୋଜନାରେ ମା’ ମାନଙ୍କୁ ୧୦ ହଜାର ଟଙ୍କା ମିଳୁଛି । ସେହିଭଳି ଆଦିବାସୀଙ୍କ ବିକାଶ ପାଇଁ ଏସଡିସି ଗଠନ କରିବା ସହ ସେମାନଙ୍କ ଉପରେ ଥିବା ୫୦ ହଜାର ପୋଲିସ ମାମଲା ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ହଷ୍ଟେଲ ନିର୍ମାଣ କରିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ଅନେକ ଯୋଜନା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଆସୁଥିବା ବଜେଟକୁ ହ୍ରାସ କରି ଚାଲିଛନ୍ତି । ଆଦିବାସୀଙ୍କ ପାଇଁ ଲାଭ ଯୋଜନା ଆଣିଛନ୍ତି ନବୀନ । ଯେଉଁମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଠାରୁ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟକୁ ସରକାର ଠିକ୍ ମୂଲ୍ୟରେ କିଣିବେ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଅନ୍ୟ ଦଳର ସାଂସଦ ହେଲେ ସେମାନେ ବିକାଶମୂଳକ କାମରେ ବାଧା ଦେବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ । କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି କାମ ଶେଷ ହେଲା ।

Related posts

ବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତା

mahabharatanews

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

mahabharatanews

 ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

mahabharatanews