ଓଡିଶା

ରାଜଧାନୀରେ ଫ୍ଲାଗମାର୍ଚ୍ଚ

(ଭୁବନେଶ୍ଵର) :  ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ପୁଲିସ୍ ପକ୍ଷରୁ ସଚେତନ କରାଯାଇଛି। ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ଏକାଠି ନ ହେବା ପାଇଁ କୁହାଯାଇଛି।

ସୂଚନାନୁଯାୟୀ , ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି ବୋଲି କମିସନରେଟ ପୁଲିସ୍ କହିଛି।

Related posts

ବାଲୁକା କଳାରେ ଜନତା କର୍ଫ୍ୟୁକୁ ସୁଦର୍ଶନଙ୍କ ସମର୍ଥନ

mahabharatanews

ଆସନ୍ତା ୨୭/୨୮ରେ ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା

mahabharatanews

ଓଡିଶା ଆସି ଶିମିଳିପାଳ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews