ଭାରତ

ଲୁ ପ୍ରଭାବ; ରାଜସ୍ଥାନରେ ୬ ମୃତ

(ରାଜସ୍ଥାନ) : ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଲୁ ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ସୂଚନାନୁଯାୟୀ , ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ବାଡମେର ସହରରେ ପ୍ରଶାସନ ପକ୍ଷରୁ ପାଣି ସିଂଚନ କରାଯାଉଛି । ସ୍ଥିତିକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Related posts

୨୨ରେ ଜି-୨୦ ବୈଠକ, ସୁରକ୍ଷା କଡ଼ାକଡ଼ି

mahabharatanews

ଗିନିଜ ୱାର୍ଲ୍ଡ ରେକର୍ଡ କଲା ୨୨ ଲକ୍ଷ ୨୩ ହଜାର ଦୀପ ପ୍ରଜ୍ୱଳନ 

mahabharatanews

କେଜ୍ରିୱାଲଙ୍କ ଆବେଦନ ଖାରଜ

mahabharatanews