ଓଡିଶା

ହୁ ହୁ ହୋଇ ବଢୁଛି ଅଦା ଦର

(କନ୍ଧମାଳ) : ବଢୁଛି ଅଦା ଦର । ପ୍ରସିଦ୍ଧ କନ୍ଧମାଳର ବିଭିନ୍ନ ହାଟ ବଜାରମାନଙ୍କରେ ଏବେ ଅଦା କିଲୋ ପ୍ରତି ୨୫୦ ଟଙ୍କା ଟପିଛି। ଆଂଜ୍ଞା ହଁ କନ୍ଧମାଳରୁ ଉତ୍ପାଦିତ ଅଦା କୁଆଡ଼େ ଯାଉଛି? ଚଳିତ ବର୍ଷ କନ୍ଧମାଳରେ ପ୍ରଚୁର ଅଦା ଅମଳ ହୋଇଥିଲା, କିନ୍ତୁ ତାହା କାହିଁକି ବଜାର ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇ ପାରୁନି ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ସୂଚନାନୁଯାୟୀ , କନ୍ଧମାଳରେ ଉଚ୍ଚ କ୍ଷମତାସମ୍ପନ୍ନ ଶୀତଳଭଣ୍ଡାର ନିର୍ମିତ ହୋଇ ପାରୁ ନଥିବାରୁ ଚାଷୀ ପ୍ରତିବର୍ଷ ଅମଳ ଋତୁରେ ଅଦା ଓ ହଳଦୀର ଅଭାବୀ ବିକ୍ରିର ଶିକାର ହେଉଛି। ଅମଳ ଋତୁ ଫେବ୍ରୁଆରି-ମାର୍ଚ୍ଚରେ ବାହାର ବେପାରୀମାନେ ଚାଷୀଙ୍କଠାରୁ ଅଦା କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ କିଣି ନେଇଥିଲେ। ଚାଷୀ ଅଦା କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି କରି ଦେଉଥିବା ବେଳେ ଅଭାବୀ ସମୟରେ ଚଢ଼ା ଦରରେ କିଣୁଛି। ଚଳିତବର୍ଷ ମଧ୍ୟ ଆନ୍ଧ୍ରପ୍ରଦେଶରେ ଅଦାର ଅମଳ ବାଧାପ୍ରାପ୍ତ ଥିବାରୁ ଫୁଲବାଣୀରେ ଅଦା ଦର ଆକାଶଛୁଆଁ ହୋଇଛି ବୋଲି ବ୍ୟବସାୟୀ କହୁଛନ୍ତି।

Related posts

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

mahabharatanews

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

mahabharatanews

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews