ଓଡିଶା

ସ୍ନାନପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

(ପୁରୀ) : ଆଉ କିଛି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାର୍ଯ୍ୟ । ସେହିପିର ଜୁନ ୨୨ ତାରିଖରେ ପଡୁଛି ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା, ଏନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ସ୍ନାନପୂର୍ଣ୍ଣିମା ଠାରୁ ଅସୁସ୍ଥ ହୋଇ ଅଣସରଘରେ ରହିବେ ଶ୍ରୀଜୀଉ । ମହାପ୍ରଭୁଙ୍କର ଅଣସର ନିତି ଥିବାରୁ ଏଥି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି । ଏଥିରେ ରହିଛି ବାସୁଙ୍ଗା ପାଟ, ଘଣା ଲାଗିରେ ଏହାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ଅଣାଯାଇଛି । ପ୍ରାୟ ୩ କୁଇଁଣ୍ଟାଲ ବାସୁଙ୍ଗା ପାଟ କଟକ ତିଗିରିଆର ନୂଆପାଟଣାରୁ ପୁରୀରେ ପହଞ୍ଚିଛି । ଅଣସର ଗୃହରେ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦକୁ ସୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ । ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ ।

Related posts

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

mahabharatanews

ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

mahabharatanews

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଦର୍ପଣ ପୁସ୍ତିକା ଉନ୍ମୋଚିତ

mahabharatanews