ଓଡିଶା

କଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣ

କଟକ: ଭସାଣ ସମୟରେ ଚାଲିବନି ଯାନବାହନ । କଟକରେ ଦୁର୍ଗା ପୂଜା ଭସାଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭସାଣ ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବାରଣ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ପର୍ଯ୍ୟନ୍ତ ଭସାଣ ସମୟରେ ଯାନବାହାନ ଚଳାଚଳ ବାରଣ କରାଯାଇଛି।ତେବେ ମେଢ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଯାଇପାରିବ। ସୂଚନା ଅନୁଯାୟୀ, ଏହି ନିୟମ ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କୁହାଯାଉଛି ।

Related posts

କାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ପିକନିକ

mahabharatanews

 ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି, ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ 

mahabharatanews

ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

mahabharatanews