ଓଡିଶା

ବଢୁଛି ତାପମାତ୍ରା

(ଭୁବନେଶ୍ୱର) : ଆସନ୍ତାକାଲିଠାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଆସିବ। ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନାହିଁ। ଏଭଳି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

ସୂଚନାନୁଯାୟୀ , ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ। କେତେକ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ। ଆସନ୍ତାକାଲି ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ। ନୟାଗଡ଼ର ରାମପୁରରେ ସର୍ବାଧିକ ୯୨.୮ ମିମି ଏବଂ କେନ୍ଦ୍ରାପଡ଼ାର ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏମିତି ସ୍ଥିତି ରହିବ। ଏହାଛଡ଼ା କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।

 

 

Related posts

 ଶିଶୁ ବଦଳ ମାମଲା ; ସଂଗ୍ରହ ହେଲା ସାମ୍ପଲ 

mahabharatanews

୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

mahabharatanews

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews