ଭାରତ

ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ

(ଗୁରୁଗ୍ରାମ): ଗୁରୁଗ୍ରାମ ପୁଲିସ ଜଣେ ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ ଗିରଫ କରିଛି। ଗିରଫ ୟୁଟ୍ୟୁବର୍‌ଙ୍କ ନାମ ଇନ୍‌ଫ୍ଲୁଏନ୍‌ସର୍‌ ବବି କଟାରିଆ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶର ଗୋପାଳଗଞ୍ଜ କଲ୍ୟାଣପୁର ଫତେହପୁରରେ ବସବାସ କରୁଥିବା ଅରୁଣ କୁମାର ଓ ତାଙ୍କର ଉତ୍ତରପ୍ରଦେଶର ସାଙ୍ଗ ମନୀଷ ତୋମାର ପୁଲିସରେ ଅଭିଯୋଗ କରି କହିଥିଲେ, ହାତରେ କୌଣସି କାମ ନଥିବାରୁ ଆମେ ଚାକିରି ଖୋଜୁଥିଲୁ।

ସୂଚନାନୁଯାୟୀ , ଏହି କ୍ରମରେ ‘ଇନଷ୍ଟାଗ୍ରାମ’ ଏବଂ ୟୁଟ୍ୟୁବରେ କାଟାରିଆଙ୍କ ଅଫିସିଆଲ ଆକାଉଣ୍ଟରେ ବିଦେଶରେ କାମ କରିବା ସମ୍ବନ୍ଧୀୟ ଏକ ବିଜ୍ଞାପନ ଦିଆଯାଇଥିବା ଦେଖିବାକୁ ପାଇଥିଲୁ। ଏହାପରେ ଆମେ ଗୁରୁଗ୍ରାମର ଏକ ମଲରେ ଥିବା ଏକ କାର୍ଯ୍ୟାଳୟରେ କାଟାରିଆଙ୍କ ସହିତ ସାକ୍ଷାତ କରିଥିଲୁ। ଏହି ସାକ୍ଷାତକାରେ ବିଦେଶରେ ଆମେ ଚାକିରି ସୁନିଶ୍ଚିତ ବୋଲି କହି କାଟାରିଆ ୨୦୦୦ ଟଙ୍କା ପଞ୍ଜିକରଣ କରିଥିଲେ। ଏହାପରେ ଆମକୁ ବିଦେଶ ନେଇ ସେଠାରେ ସାଇବର ଅପରାଧୀଙ୍କ ସହିତ କାମ କରିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କ କହିବା ଅନୁଯାୟୀ ଆମେ ଯଦି କାମ ନକରୁ ‌ତେବେ କେବେ ବିଦେଶ ଯାଇ ପାରିବୁ ନାହିଁ ବୋଲି ବି ଧମକ ଦିଆଯାଇଥିଲା।’

Related posts

ହିଜାବ ମାମଲା: ସମସ୍ତ ଆବେଦନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

mahabharatanews

ପ୍ରାର୍ଥୀ ତାଲିକା ଘୋଷଣା କଲା ୱାଇଏସଆର କଂଗ୍ରେସ

mahabharatanews

ଭାରତ ନାଁ ନେଇ କାନ୍ଦିଲେ ଇମ୍ରାନ !

mahabharatanews