ଓଡିଶା

ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ

(କଟକ) : କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶଙ୍କୁ ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ ,ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୧୪.୩୫ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୭.୬୯ ପ୍ରତିଶତ ମତଦାନ ହୋଇଛି।

Related posts

୪୫ମିନିଟରେ ୨୧ହଜାର ୯୧ଥର ବିଜୁଳିମାଡ଼ 

mahabharatanews

ରାଜଧାନୀରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ 

mahabharatanews

ରାମ ମନ୍ଦିର ଶିଳାନ୍ୟାସ ପରେ ଶେରଗଡରେ ବଜରଙ୍ଗ ଦଳ ତରଫରୁ ପୁଜାର୍ଚ୍ଚନା

mahabharatanews