ଓଡିଶା

ହଳଦିଆ ଗାଁ ଜଙ୍ଗଲରେ ୨୭ ଟିକିଆ ହାତୀପଲ, ଲୋକେ ଭୟଭୀତ

କରଞ୍ଜିଆ : ଗାଁ ମୁହାଁ ୨୭ ଟିକିଆ ହାତୀପଲ। ଚମ୍ପୁଆ ବନଖଣ୍ଡରୁ ହାତୀପଲ ଗାଁ ମୁହାଁ ହୋଇଥିବା ନେଇ ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ବୈତରଣୀ ନଦୀ ପାର ହୋଇ ବର୍ତ୍ତମାନ ହଳଦିଆ ଗାଁ ଜଙ୍ଗଲରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ହାତୀ ଘଉଡାଇବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ହାତୀ ଆସବା ଫଳରେ ଆଖପାଖ ୧୫ ଟି ଗ୍ରାମରେ ଆତଙ୍କ ଖେଳିଯାଇଛି । ତେବେ ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖିବା ସହିତ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ଜଙ୍ଗଲକୁ ନଯିବା ପାଇଁ ବାରଣ କରାଯାଇଛି । ସେପଟେ ହାତୀ ଦେଖିଲେ ବନବିଭାଗକୁ ତୁରନ୍ତ ଖବର ଦେବାପାଇଁ ଅବଗତ କରାଯାଇଛି ।

Related posts

ଆମ୍ବୁଲାନ୍ସ ଓ ଟାଟା ଏସିଧକ୍କା; ୩ ଜଣ ଆହତ

mahabharatanews

ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ଜନତା

mahabharatanews

ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

mahabharatanews