ଭାରତରାଜନୀତି

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ହେଲେ ଓମ୍ ବିର୍ଲା । ବାଚନିକ ଭୋଟରେ ବିଜୟୀ ହୋଇଛନ୍ତି ଓମ୍ ବିର୍ଲା । ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ନିର୍ବାଚିତ ଘୋଷଣା କଲେ କାମଚଳା ବଚସ୍ପତି ଭର୍ତ୍ତୃହରି ମହତାବ । ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ନନ୍ଦ୍ରେ ମୋଦୀ । ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଂଟର ଥିବା ଦଳ ଗୁଡ଼ିକ ସମର୍ଥନ ଜଣାଇଥିଲେ ।

Related posts

ବିଗିଡିଲା ଧନଖରଙ୍କ ସ୍ୱାସ୍ଥ୍ୟଅବସ୍ଥା, ଦିଲ୍ଲୀ ଏମ୍ସରେ ଭର୍ତ୍ତି…

mahabharatanews

ନୀତି ଆୟୋଗ ବୈଠକ ଚାଲିଥିବା ବେଳେ ଅଧାରୁୁ ଉଠିଗଲେ ମମତା

mahabharatanews

ମୌସୁମୀ ଅଧିବେଶନରେ ହଙ୍ଗାମା କରିଥିବା ୧୨ ସାଂସଦ ନିଲମ୍ବିତ

mahabharatanews