(କୋଲକତା) : ଦିଦିଙ୍କର ନୂଆ ‘ଚନ୍ଦ୍ରଜ୍ଞାନ’:ଚନ୍ଦ୍ରକୁ ଯାଇଥିଲେ ଇନ୍ଦିରା ଗାନ୍ଧୀ, ଏଭଳି ଏକ ଭିଡିଓ ଭାଇରାଲ ହେବବାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାକାଶ ଜ୍ଞାନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।
"When Indira Gandhi reached to Moon, She asked Rakesh how does India look from Moon"
1st Rakesh Roshan, now Indira Gandhi reached to Moon.
Didi 🙏🏻🤣🤣🤣🤣🤣 pic.twitter.com/Hm2WMkA41w
— Facts (@BefittingFacts) August 28, 2023
ସୂଚନାନୁଯାୟୀ , ବାସ୍ତବରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଭିଡିଓରେ କହୁଛନ୍ତି ଯେ, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା)ଙ୍କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି । ସେ ଉତ୍ତର ଦେଲେ ‘ସାରେ ଜାହାଁ ସେ ଆଛା’ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ମମତା ବାନାର୍ଜୀଙ୍କୁ ମଜାକ କରୁଛନ୍ତି ।
