ଓଡିଶାଦୁର୍ଘଟଣା

ବଜ୍ରପାତ ନେଲା ଜୀବନ

ବରଗଡ଼: ବଜ୍ରପାତ ନେଲା ୩ ଜୀବନ । ଅକାଳରେ ଟଳି ପଡ଼ିଲା ତିନି ତିନିଟି ପାଣ । ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମଳିଛି । ମୋଟ ୫ ଜଣଙ୍କୁ ବଜ୍ରପାତ ମାରିଥିଲା । ସମସ୍ତେ ଗାଁ ଦାଣ୍ଡରେ ଥିବା ବରଗଛ ମୂଳରେ ବସିଥିବା ବେଳେ ମାରିଥିଲା ବଜ୍ରପାତ । ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦୁଆଡିହିରେ ଘଟିଛି ଏହି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ୫ଜଣ ଗାଁ ଦାଣ୍ଡରେ ଥିବା ବରଗଛ ମୂଳେ ବସି ଗପସପ କରୁଥିଲେ । ଏହି ସମୟରେ ଘଡ଼ଘଡ଼ି ମାରିଥିଲା । ଏହାର ପ୍ରକୋପରେ ଘଟଣା ସ୍ଥଳରେ ଟଳିପଡ଼ିଥିଲେ ୩ ଜଣ ଯୁବକ । ୨ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ବଲାଙ୍ଗୀର ଖପ୍ରଖୋଲ ଚାଉଳବାଞ୍ଜିରେ ଘଟିଛି ଅଘଟଣା । କପା ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ମାଆ ପୁଅଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

କୋଭିଡ-୧୯ ନିୟମକୁ ବେଖାତିର , ଭୋଜି ଚାଲିଥିବା ବେଳେ ଏନଫୋର୍ସମେଣ୍ଟ ସ୍କୁଆର୍ଡ୍ ପକ୍ଷରୁ ଚଢ଼ାଉ

mahabharatanews

ପୋଖରୀ ପାହାଚରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

mahabharatanews

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews