ଓଡିଶା

କଟକର ୧୯ଟି ରୁଟକୁ ନୋ ପାର୍କିଂ ଘୋଷଣା

କଟକ: ଆକ୍ସନ ମୋଡରେ କମିଶନରେଟ ପୋଲିସ । ଏବେ କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ ପାର୍କିଂ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିୟମ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ନୋ ପାର୍କି ଜୋନରେ ଥିବା ଗାଡ଼ି ଗୁଡ଼ିକୁ ଟ୍ରାଫିକ ଥାନାକୁ ନିଆଯାଇଛି । ସହରର ପ୍ରମୁଖ ୧୯ଟି ରୁଟ୍ ବା ରାସ୍ତାକୁ ନୋ ପାର୍କିଂ ଜୋନ ଘୋଷଣା କରିଛି କମିଶନରେଟ ପୋଲିସ ।

Related posts

ନଡିଆ ଚାଷୀଙ୍କ ବୈଠକ

mahabharatanews

ଦ୍ଵିତୀୟ ଦିନରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

mahabharatanews

୨୨୦ ଜଣ ଓଏଏସ ଅଫୀସରଙ୍କ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର

mahabharatanews