ଖେଳ

ମହାନତା ଦେଖାଇଲେ ରାହୁଲ, ବିସିସିଆଇକୁ ଫେରାଇଲେ ଅଢ଼େଇ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ କୋଚ ପଦରୁ ଅବସର ନେବା ପରେ ମହାନତା ଦେଖାଇଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ କୋଚ ଭାବେ ବିସିସିଆଇ ପକ୍ଷରୁ ମିଳିଥିବା ୫ କୋଟି ଟଙ୍କାର ବୋନସ ନେବାକୁ ସେ ମନା କରିଦେଇଛନ୍ତି । ଅନ୍ୟ ସହଯୋଗୀ କୋଚମାନଙ୍କୁ ଅଢ଼େଇ କୋଟି ଟଙ୍କା ମିଳୁଥିବାରୁ ତାଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ପ୍ରଦାନ କରାଯାଉ ବୋଲି ସେ ବିସିସିଆଇକୁ ଅପିଲ କରିଛନ୍ତି । ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳି ଓ ସହଯୋଗୀଙ୍କ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା ବିସିସିଆଇ । କିନ୍ତୁ ନିଜ ବୋନସର ଅଧା ପରିମାଣ ନେବାକୁ ମନା କରି ରାହୁଲ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅନ୍ୟ କୋଚଙ୍କ ସହ ଭେଦଭାବ ହେଉ ତାହା ଚାହୁଁ ନାହାଁନ୍ତି ରାହୁଲ । ତେଣୁ ସେ ଏଭଳି ନିଷ୍ପତି ନେଇଛନ୍ତି ।

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

mahabharatanews

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

mahabharatanews