ଓଡିଶା

ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଜଧାନୀରେ ୧୦୦ ପାର୍

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ୫୦୦ ପାର୍ ହୋଇଥିବା ବେଳେ ଏବେ ରାଜଧାନୀରେ ୧୦୦ ପାର୍ କଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଏହା ମଧ୍ୟରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି । ସେପଟେ ଜାନୁଆରୀରୁ ଜୁଲାଇ ୧୫ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ପ୍ରାୟ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଦୈନିକ ହସ୍ପିଟାଲକୁ ୨୦୦ରୁ ୩୦୦ ଥଣ୍ଡା ଜ୍ବର ରୋଗୀ ଆସୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କ ମଧ୍ୟରେ ଡେଙ୍ଗୁ ଲକ୍ଷଣ ରହୁଥିବା ସେ ସ୍ପଷ୍ଟ କରୁଛନ୍ତି ।

Related posts

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

mahabharatanews

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

mahabharatanews

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

mahabharatanews