ଓଡିଶା

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ମଙ୍ଗଳବାର ସନ୍ଧ୍ୟାରେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ୮ ଜଣିଆ ଡାକ୍ତରୀ ଟିମ୍ । ତେବେ ବାର୍ଦ୍ଧକ୍ୟ ଯୋଗୁଁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଥିବା ଜଣାପଡିଛି । ଏହିବର୍ଷ ଆରମ୍ଭରେ ଜାନୁୟାରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ କମଳା ଗୁରୁତର ଅସୁସ୍ଥ ହୋଇ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ କହିରଖୁଛୁ, ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ଧାନ ଉତ୍ପାଦନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ ୭୧ ବର୍ଷୀୟ ମା କମଳା । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

Related posts

ଭୋକରେ ଘରୋଇ ବସ କର୍ମଚାରୀଙ୍କ ପରିବାର

mahabharatanews

ଶ୍ରୀସେତୁ କାର୍ଯ୍ୟର କଲେ ସମୀକ୍ଷା; ପୁରୀ ଗସ୍ତରେ ୫ଟି ସଚିବ

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews