ଓଡିଶାପାଣିପାଗ

ଆସୁଛି ବର୍ଷା, ୧୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଭାଗରେ ଜାରି ରହିଛି ବର୍ଷା । ଆଗକୁ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏଥିପାଇଁ ରାଜ୍ୟ ସରକାର ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ଟି ମହାନଗର ନିଗମର କମିଶନରଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ରାଜ୍ୟରେ ୨୨ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଦର୍ଶାଇ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ରାଜ୍ୟର କିଛି ଜିଲ୍ଲାରେ ୨୨ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଆଗୁଆ ପଦକ୍ଷେପ ନେବାକୁ ସେ କହିଛନ୍ତି

Related posts

ପିକନିକ୍ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ନିୟମ  

mahabharatanews

ରାଜ୍ୟରେ ୩ଟି ଜିଲ୍ଲା ପାଇଁ ଷ୍ଟେଡ୍ ରାପିଡ ରେସପନ୍ସ ଟିମ ଗଠିତ

mahabharatanews

ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

mahabharatanews