ଓଡିଶାରାଜନୀତି

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

ଭୁବନେଶ୍ବର : ଅଡ଼ୁଆରେ ବିଜେଡି । ରାଜ୍ୟରେ ବିଜେପି ସରକାର ଗଠନ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । ସଡ଼କର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରି ତୋଳା ଯାଇଛି ଶଙ୍ଖ ଭଵନ । ଆଉ ଏହି ଶଙ୍ଖ ଭବନକୁ ତଦନ୍ତ କରିବେ ମୋହନ ସରକାର । ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ହେବ ତଦନ୍ତ। ଏଭଳି ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।
ରାଜଧାନୀର ଛାତିରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ | କିସମ ‘ସଡ଼କକୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଜେଡି ଅଫିସ୍ | ମାତ୍ର ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି । ତାହା ପୁଣି ସରକାରଙ୍କ ଅନୁମୋଦନରେ। ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏଭଳି ଦୁର୍ନୀତିର ତଦନ୍ତ ପାଇଁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଖାଲି ସେତିକି ନୁହେଁ, ସବୁ ନିୟମ କାନୁନ୍କୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କଠାରୁ ଶାଗମାଛ ଦରରେ କିଣି ନେଇଛନ୍ତି ।
– ୪ଟି ପ୍ଲଟ୍ କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ହୋଇଛି ଶଙ୍ଖ ଭବନ ।
– ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭(ptଟି), ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮(pt) ।
– ପ୍ରଥମ ତିନୋଟି ପ୍ଲଟ୍ ର କିସମ ଘରବାଡ଼ି ଥିଲା ବେଳେ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮(pt) ର ଜାଗାର କିସମ ହେଉଛି ରୋଡ୍ ବା ସଡ଼କ |
– ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି ।
– ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।

Related posts

ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

mahabharatanews

ବର୍ଷାରେ ଭିଜିଲା ସାରା ଓଡିଶା

mahabharatanews

ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଫିକ୍ସିଂ ଅଭିଯୋଗ

mahabharatanews