ଓଡିଶା

ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ । କେହି ଜଣେ ଦୁର୍ବୃତ୍ତ ଏକ ହ୍ୱାଟ୍‌ସଆପ୍ ନମ୍ବରରେ ଉଷା ପାଢ଼ୀଙ୍କ ଫଟୋ ଲଗାଇ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଟଙ୍କା ମାଗୁଛି। ଉଷା ପାଢ଼ୀଙ୍କ ନଜରକୁ ଏ କଥା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସାରିଛନ୍ତି। ସତର୍କ ରହିବାକୁ ଓ ଏଭଳି ସାଇବର ଠକଙ୍କ ଜାଲରେ ନ ଫସିବାକୁ ସେ ଅନୁରୋଧ କରିଛନ୍ତି।ଉଷା ପାଢ଼ୀ ତାଙ୍କ ‘ଏକ୍ସ’ରେ ଏକ ହ୍ୱାଟ୍‌ସଆପ୍ ଚାଟ୍‌ର ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ କେହି ଦୁର୍ବୃତ୍ତ ତାଙ୍କ ନାଁ ନେଇ ଜଣଙ୍କୁ ୫୦ ହଜାର ଟଙ୍କା ମାଗିଛି। ଏଥିପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇଛି। ଏମିତିକି ପରେ ସେ ସେହି ଟଙ୍କା ଫେରାଇ ଦେବ ବୋଲି କହିଛି।

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ ଦୁଇ ଗୁରୁତର

mahabharatanews

ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

mahabharatanews

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789

mahabharatanews