ଭାରତ

୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ମିଳିବ ଇଣ୍ଟନସିପ୍ ସୁବିଧା

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି  ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ଅବସର ପ୍ରଦାନ କରିବାକୁ ସରକାର ଯୋଜନା ଆରମ୍ଭ କରିବେ । ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି ।

ଅନ୍ୟପଟେ ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ତା ସହିତ ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts

ଡିଆରଡିଓର ଚତୁର୍ଥ ଶ୍ରେଣୀ କର୍ମଚାରୀ ହନିଟ୍ରାପରେ

mahabharatanews

ସେନାର ମିଶନ ‘ତ୍ରିନେତ୍ର’; ୫୦ ଦିନରେ ୨୧ ଆତଙ୍କବାଦୀ ନିପାତ

mahabharatanews

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews