ଅପରାଧଓଡିଶା

ସମ୍ବଲପୁରରୁ ୧୦ ଡକାୟତ ଗିରଫ : ୫ ଲକ୍ଷ ଟଙ୍କା, ଅଧ କେଜି ସୁନା ଜବତ

 

ସମ୍ବଲପୁରରୁ ଧରାପଡ଼ିଲା ବଡ଼ ଧରଣର ଡକାୟତି ଗ୍ୟାଙ୍ଗ୍ । ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି । କେବଳ ଏତିକି ନୁହେଁ ଡକାୟତମାନେ ବ୍ୟବହାର କରୁଥିବା ୨ ଟି ବୋଲେରୋ ଓ ୪ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।

ଡକାୟତ ଗ୍ୟାଙ୍ଗଠାରୁ ଜବତ ହୋଇଥିବ ସାମଗ୍ରୀର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି ଚଳାଇଥିଲେ ଏହି ଗ୍ୟାଙ୍ଗ । ଏମାନଙ୍କ ଟାର୍ଗେଟରେ ରାଇସ ମିଲ୍, ପେଟ୍ରୋଲ ପମ୍ପ ଓ ଦେଶୀ ମଦ ଭାଟି ଥିଲା।

ଅଭିଯୁକ୍ତଙ୍କ ନାଁରେ ସମ୍ବଲପୁର ସମେତ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି। ସମସ୍ତ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି  ।

Related posts

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews

୨୩ରୁ ବଢିବ ବର୍ଷାର ପରିମାଣ 

mahabharatanews

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା

mahabharatanews