ଓଡିଶା

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

ଭୁବନେଶ୍ୱର: ସରକାରୀ ବାବୁଙ୍କ ଅମାପ ସମ୍ପତି ।  ଯେତେ ଛାନଭିନ କଲେ ସେତେ ବାହାରୁଛି । ଭୁବନେଶ୍ବରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କଲା ଭିଜିଲାନ୍ସ। ସେପଟେ ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ମୋଟ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଏଥିସହ ଚଢ଼ାଉ ବେଳେ ୨ଟି ଟ୍ରକ୍‌, ୨ଟି ଚାରିଚକିଆ ଯାନ, ୪ଟି ବାଇକ୍‌ ସହ ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ନଗଦ ଟଙ୍କା ଏଯାବତ ଜବତ କରିସାରିଲାଣି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ, ବଲାଙ୍ଗୀରରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି, ୬ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଭିଜିଲାନ୍ସ ଜାଲରେ ପଡ଼ିଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ଥିଲା ହାତୀ ସଉକ। ଘର ଆଗରେ ପାଖାପାଖି ୫ଫୁଟର ଦାମୀ କାଠ ହାତୀ ନିର୍ମାଣ କରି ରଖିଥିଲେ। ବେଡ଼ରୁମ ଆଗରେ ରଖିଥିଲେ ଦୁଇଟି ବଡ଼ ବଡ଼ ଟେରାକୋଟା ହାତୀ। ଏହା ସହ ଘର ଭିତରେ ଯେଉଁଆଡ଼େ ଆଖି ବୁଲେଇ ଆଣିବେ ସେଇଠି ରହିଥିଲା ହାତୀର ପ୍ରତିକୃତି। ଦେଶ ବିଦେଶର ବିଭିନ୍ନ ଜିନିଷ ଆଣି ସେ ଘର ସଜାଇ ରଖିବାକୁ ପସନ୍ଦ କରୁଥିଲେ, ଯାହା ତାଙ୍କ ଘର ଦେଖିଲେ ସହଜରେ ବୁଝିହେବ। ଘର ଭିତରେ ବିଭିନ୍ନ ଜମି କାଗଜପତ୍ର ଏବଂ ତାଙ୍କର ସୁନାଗହଣା ଆଦି ଲକରରୁ ବାହାର କରାଯାଇଛି। ଏଥିସହ ପାସ୍ବୁକ ଓ ପାସପୋର୍ଟ ସିଜ ହୋଇଛି। ଖୁବଶୀଘ୍ର ଏହି ତନାଘନା ପ୍ରକ୍ରିୟା ଶେଷ ହେବା ପରେ କେତେ ପରିମାଣର ସମ୍ପତ୍ତି ଗଚ୍ଛିତ ଅଛି ତାହା ଜଣାପଡିବ। ଏକକାଳୀନ ତାଙ୍କର ବାସଭବନ ଓ କାର୍ଯ୍ୟଳୟ ସମେତ ୯ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ।

Related posts

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews

କରୋନା ହାରିବ ଗଞ୍ଜାମ ଜିତିବ: ଜିଲ୍ଲାପାଳ

mahabharatanews

ଆସନ୍ତା କାଲିଠୁୁ ୩ ଦିନ ବର୍ଷିବ

mahabharatanews