ପାଣିପାଗଭାରତ

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଳୀ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି। ରାଜଧାନୀର ଶାନ୍ତି ପଥ, ନାରୋଜୀ ନଗର, ଭିକାଜୀ କାମା ଅଞ୍ଚଳ ଏବେ ପାଣି ଘେରରେ। ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି। ଶାନ୍ତି ପଥ ଅଞ୍ଚଳ ଯେଉଁଠି ଅନ୍ୟ ଦିନରେ ଚକାଚକ୍ ରାସ୍ତା ଥାଏ ଆଜି ପାଣିରେ ବୁଡ଼ି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି। ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି। ତା’ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି। ଦିଲ୍ଲୀ ବର୍ଷାର ସିଧା ପ୍ରଭାବ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପଡ଼ିଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥ ସକାଳୁ ସକାଳୁ ଜାମ୍ ହୋଇଛି। ସମୟ ବଢ଼ିବା ସହ ଏହି ସ୍ଥିତି ଅଧିକ ବିଗିଡ଼ିପାରେ। ଦୁଇ ଦିନ ହେଲା ଦିଲ୍ଲୀରେ ଲଗାଣ ବର୍ଷା ଓ ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ଏପରି ସ୍ଥିତି ଉପୁଜିଛି।

ପଶ୍ଚିମ ଭାରତରେ ବି ବର୍ଷା ବିତ୍ପାତ। ମହାରାଷ୍ଟ୍ର ମୁମ୍ବାଇ, ପୁଣେ ସହରରେ ବିଗିଡ଼ିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି। ପୁଣେ ଅବସ୍ଥା ସଂଘାତିକ ହେଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି।

Related posts

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

mahabharatanews