ଓଡିଶା

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ଗୋଦାମରେ ଖାଦ୍ୟଯୋଗାଣ ମନ୍ତ୍ରୀ । ଆଳୁର କିଲୋ ପିଛା ମୂଲ୍ୟର ଅହେତୁକ ବୃଦ୍ଧି ପରେ ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ରୁ ୮ଦିନ ପାଇଁ ଆଳୁ ମହଜୁଦ ରହିଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ରହିଥିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏବେ କିଲୋ ପିଛା ଆଳୁ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ୫ ଦିନରେ ଆଳୁ ୧୦ରୁ ୧୫ଟଙ୍କା ମହଙ୍ଗା ହୋଇଛି। ଗତ ଜୁଲାଇ ୨୦ ତାରିଖରେ ଖୁଚୁରା ବଜାରରେ ଆଳୁ କିଲୋ ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ୨୧ ତାରିଖରେ ହଠାତ୍ ୪୦ ଟଙ୍କା ହୋଇଗଲା। ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି। ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ। ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ।

Related posts

ୟୁକୋ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ କାର୍ଯ୍ୟକାରୀ ବୈଠକ

mahabharatanews

ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା

mahabharatanews

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

mahabharatanews