ଓଡିଶା

ଏଠି ସାର ବି ନକଲି..

ବାଲେଶ୍ଵର: ବଜାରରେ ବିକ୍ରି ହେଉଛି ନକଲି ସାର । ନକଲି ସାର ପକାଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଲୁଣରେ ରଙ୍ଗ ମିଶାଇ ପଟାସ ସାର କହି ଚାଷୀଙ୍କୁ ଠକୁଛନ୍ତି ଠକ ବ୍ୟବସାୟୀ। ବାଲେଶ୍ଵରରୁ ସାମ୍ନାକୁ ଆସିଛି ଏପରି ଘଟଣା । ସୂଚନା ଅନୁସାରେ, ଅନେକ ଚାଷୀଙ୍କ ଠାରୁ ଅଭିଯୋଗ ପାଇବା ପରେ ବାଲେଶ୍ବର ବ୍ୟାଙ୍କ କଲୋନୀରେ ଥିବା ଏକ ସାର କାରଖାନାରେ ଚଢାଉ କରିଛନ୍ତି ସ୍ଥାନୀୟ ତହସିଲଦାର ଓ କୃଷି ବିଭାଗ ଅଧିକାରୀ । ଇଣ୍ଡିଆ ପଟାସ୍ ଲିମିଟେଡ୍ ନାମରେ ସେଠାରୁ ବିପୁଳ ପରିମାଣର ନକଲି ସାର ଜବତ କରିଛି ପ୍ରଶାସନ । ସାଧାରଣ ଲୁଣରେ ରଙ୍ଗ ବୋଳି ତାକୁ ପଟାସ ସାର କହି ଚାଷୀ ମାନଙ୍କୁ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ରଙ୍ଗ ମିଶା ସେହି ନକଲି ସାର ସବୁକୁ ଇଫକୋ ଲେଖାଥିବା ବସ୍ତାରେ ଭର୍ତି କରି ବାଲେଶ୍ୱରର ଶହ ଶହ ଚାଷୀଙ୍କୁ ବିକ୍ରି କରିବା ସହ ବାହାର ଜିଲ୍ଲାକୁ ମଧ୍ୟ ପଠାଯାଉଥିଲେ । ସେସବୁକୁ ଜବତ କରାଯାଇଛି । ତେବେ ଘଟଣା ସ୍ଥଳରୁ କାରଖାନା ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି କୃଷି ବିଭାଗ ଅଧିକାରୀ ।

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ଶୂନ୍ୟକାଳରେ ଗୃହରେ ବିଜେପି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ

mahabharatanews

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

mahabharatanews