ଅପରାଧଭାରତ

ବେଙ୍ଗାଲୁରୁ ହଷ୍ଟେଲରେ ନିର୍ମମ ହତ୍ୟା


ବେଙ୍ଗାଲୁରୁ: ରାତି ୧୧ଟାରେ ଗାର୍ଲସ ହଷ୍ଟେଲରେ ପଶିଲା ଯୁବକ, ଗାର୍ଲଫ୍ରେଣ୍ଡର ସାଙ୍ଗକୁ ନିର୍ମମ ହତ୍ୟା । ସିସିଟିଭିରେ କଏଦ ହତ୍ୟାର ଛାତିଥରା ଦୃଶ୍ୟ । ବେଙ୍ଗାଳୁରୁର ଜନଗହଳିପୂର୍ଣ୍ଣ କୋରମଙ୍ଗଳା ଅଞ୍ଚଳରେ ଥିବା ଗାର୍ଲସ ହଷ୍ଟେଲରେ ଏହି ଲୋମହର୍ଷକାରୀ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବତୀ ହେଉଛନ୍ତି ବିହାରର କ୍ରିତି କୁମାରୀ । ହତ୍ୟା ଅଭିଯୁକ୍ତ ଅଭିଷେକକୁ ପୋଲିସ ଭୋପାଳରୁ ଗିରଫ କରିଛି । ଅଭିଷେକର ପ୍ରେମିକାର ସାଙ୍ଗ ଥିଲେ କ୍ରିତି । ଅଭିଷେକର ପ୍ରେମିକା ମହାରାଷ୍ଟ୍ରର ଓ ସେ କ୍ରିତି କୁମାରୀଙ୍କ ବନ୍ଧୁ ଥିଲେ । ପିଜି ହଷ୍ଟେଲକୁ ପ୍ରେମିକାଙ୍କୁ ଭେଟିବାକୁ ଅଭିଷେକ ଅନେକ ସମୟରେ ଭୋପାଳରୁ ବେଙ୍ଗାଲୁରୁ ଆସୁଥିଲା । ତେବେ ଅଭିଷେକର ବେରୋଜଗାରୀକୁ ନେଇ ପ୍ରେମିକା ସହ ବାରମ୍ବାର ଝଗଡା ହେଉଥିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଝଗଡା ବଢିବା ସହ ଦୂରତା ବଢିଥିଲା। ଅଭିଷେକଠାରୁ ଦୂରେଇ ରହିବାକୁ କ୍ରିତି ହିଁ ତାଙ୍କ ପ୍ରେମିକାଙ୍କୁ କହିଥିଲେ । ପରେ ଉଭୟ ଅଭିଷେକଠାରୁ ଦୂରତା ରଖୁଥିଲେ। ଏହାକୁ ନେଇ କିଛି ଦିନ ପୂର୍ବରୁ ଅଭିଷେକ ପିଜି ହଷ୍ଟେଲରେ ହଙ୍ଗାମା କରିଥିଲା । ପରେ କ୍ରିତି ସାଙ୍ଗକୁ ଅନ୍ୟ ଏକ ହଷ୍ଟେଲକୁ ସିଫ୍ଟ କରାଇବାରେ ସାହାଯ୍ୟ କରିଥିଲେ । ଏପରିକି କ୍ରିତି ଓ ତାଙ୍କ ସାଙ୍ଗ ଅଭିଷେକର ଫୋନ୍ ବି ଉଠାଉନଥିଲେ । ପ୍ରେମିକା ଦୂରେଇବାକୁ ନେଇ ରାଗରେ ଜଳୁଥିଲା ଅଭିଷେକ । ବଦଲା ନେବାକୁ ସେ ଗତ ୨୩ତାରିଖ ରାତି ୧୧ଟାରେ ପିଜି ହଷ୍ଟେଲକୁ ଯାଇଥିଲା। ତୃତୀୟ ମହଲାରେ କ୍ରିତି ରହୁଥିବା ରୁମ୍ ପାଖକୁ ଏକ ପ୍ଲାଷ୍ଟିକ ବ୍ୟାଗ ହାତରେ ଧରି ଯାଇଥିଲା ଅଭିଷେକ । କବାଟ ବାଡେଇବା ପରେ ରୁମ ଭିତରକୁ ଯାଇଥିଲା । କିଛି ସମୟ ପରେ ସେ କ୍ରିତିଙ୍କ ଚୁଟି ଧରି ଘୋଷାଡି ଘୋଷାଡି ଆଣିଥିଲା। ଛୁରୀରେ କ୍ରିତିକୁ ବାରମ୍ବାର ଆକ୍ରମଣ କରିଥିଲା ଅଭିଷେକ । କ୍ରିତି ଖସି ପଡିବା ପରେ ବି ଆକ୍ରମଣ କରିଚାଲିଥିଲା । ପରେ ତଣ୍ଟିକୁ ଛୁରୀରେ କାଟି ଦେଇଥିଲା । ସିସିଟିଭିରେ ହତ୍ୟାର ନିର୍ମମ ଦୃଶ୍ୟ କଏଦ ହୋଇଥିଲା । କ୍ରିତିଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ହଷ୍ଟେଲର ଅନ୍ୟ ଝିଅମାନେ ପହଞ୍ଚିଥିଲେ । ତେବେ କ୍ରିତିଙ୍କୁ ବଞ୍ଚାଇ ପାରିନଥିଲେ ।

Related posts

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

୪୦କୋଟି ଆୟ କଲା ଡ୍ରିମ୍ ଗର୍ଲ- ୨ 

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews